Odia News Portal

ଫାଉଡ଼ାରେ ହାଣି ପ୍ରେମୀଯୁଗଳଙ୍କୁ ହତ୍ୟା

ପ୍ରେମିକକୁ ଭେଟିବା ପାଇଁ ରାତି ୪ଟାରେ ଝିଅ ଘରୁ ବାହାରି ଯିବାରୁ ରାଗରେ ବାପା ଝିଅ ଓ ତା’ର ପ୍ରେମିକକୁ ଗୋଟାଏ ଫାଉଡ଼ାରେ ହତ୍ୟା କରି ମଙ୍ଗଳବାର ସକାଳେ ଥାନରେ ଆତ୍ମସମର୍ପଣ କରିଥିବା କଥା ପୁଲିସ କହିଛି।ଉତ୍ତର ପ୍ରଦେଶର ବଦୌନ୍‌ ଜିଲ୍ଲାରେ ଘଟଣା ସଂକ୍ରାନ୍ତରେ ‘ଏସ୍‌ଏସ୍‌ପି’ ଓ. ପି. ସିଂହ କହିଛନ୍ତି, ପାରୋଲିରେ ଜଣେ ୧୯ ବର୍ଷୀୟ ତରୁଣୀ ଓ ତା’ର ୨୦ ବର୍ଷିୟ ପ୍ରେମିକକୁ ତରୁଣୀର ବାପା ଓ ଅନ୍ୟ ଆତ୍ମୀୟମାନେ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତାକ୍ତ ଅସ୍ତ୍ର ସହିତ ଅଭିଯୁକ୍ତ ବାପ ମହେଶ ବିଲ୍‌ସି ଥାନାରେ ଆତ୍ମସମର୍ପଣ କରିଛନ୍ତି। ପ୍ରେମିକର ଆତ୍ମୀୟମାନେ ତରୁଣୀଙ୍କ ବାପା ଓ ତାଙ୍କ ପରିବାରର ଅନ୍ୟ ୩ଜଣ ସଦସ୍ୟଙ୍କ ବିରୋଧରେ ଅଭିଯୋଗ ପଞ୍ଜିକରଣ କରାଯାଇଛି। ତା’ପରେ ତରୁଣୀଙ୍କ ପିତାମାତାଙ୍କୁ ଗିରଫ କରି ଜେଲ୍‌କୁ ପଠାଇଦିଆଯାଇଛି ବୋଲି ‘ଏସ୍‌ଏସ୍‌ପି’ କହିଛନ୍ତି।