Odia News Portal

ବିଏମସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ବିଳମ୍ବରେ ଅଫିସ ପହଞ୍ଚିଲେ ଲାଗୁ ହେବ ‘ନୋ ୱାର୍କ ନୋ ପେ’

ବିଏମସି କର୍ମଚାରୀମାନେ କାର୍ଯ୍ୟାଳୟକୁ ବିଳମ୍ବରେ ଆସିଲେ ହେବ କଡା କାର୍ଯ୍ୟାନୁଷ୍ଠାନ। ୫ଟି ମାଧ୍ୟମରେ ରାଜ୍ୟ ବିକାଶ ଜାରି ରହିଛି । ୫ଟିର ମୂଳତତ୍ତ୍ଵ ବା ମୌଳିକତା ହେଉଛି ସମୟାନୁବର୍ତ୍ତିତା । ତେଣୁ ବିଏମସିର କର୍ମଚାରୀମାନେ ସଠିକ୍ ସମୟରେ କାର୍ଯ୍ୟାଳୟରେ ପହଞ୍ଚିବା ଲାଗି ବିଜ୍ଞପ୍ତି ଜାରି କରିଛନ୍ତି ବିଏମସି କମିଶନର।

ବିଏମସିର ସବୁ କର୍ମଚାରୀମାନେ କାର୍ଯ୍ୟାଳୟରେ ସକାଳ ୯ ଟା ୪୫ ମିନିଟରୁ ୧୦ ଟା ୧୫ ମିନିଟ ଭିତରେ ପହଞ୍ଚିବା ଲାଗି ହୋଇଛି ନିର୍ଦ୍ଦେଶ । ସକାଳ ୧୦ଟା ୩୦ପରେ ଅଫିସରେ ପହଞ୍ଚିଲେ ହେବ no work no pay ବ୍ୟବସ୍ଥା ଲାଗୁ କରାଯିବ । ଅର୍ଥାତ ବିଳମ୍ବରେ ଅଫିସ୍ ଆସିଲେ ବନ୍ଦ ହେବ ଦରମା ।ବିଏମସି କମିଶନର ଏ ନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଏମସିରେ କାର୍ଯ୍ୟରତ ସରକାରୀ କର୍ମଚାରୀ, DLR, CLR, ଚୁକ୍ତିଭିତ୍ତିକ, ଆଉଟସୋର୍ସିଂ କର୍ମଚାରୀମାନଙ୍କ ପାଇଁ ଏହି ନିୟମ ବାଧ୍ୟତାମୂଳକ।