Odia News Portal

ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଯାଜପୁର ଜିଲ୍ଲାର ବ୍ୟାସନଗର ପୌର ପରିଷଦ ୨୧ ନମ୍ବର ଔlଡ ଅଧୀନସ୍ଥ ପାଣିକୋଇଲି ଥାନା ଅନ୍ତର୍ଗତ ସନ୍ତରା ଗାଁ ର ଏକ ଭଡାଘରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପାଣିକୋଇଲି ପୋଲିସ । ମୃତ୍ୟୁ ର କାରଣ ଅସ୍ପଷ୍ଟ l ସୂଚନା ଅନୁଯାଇ ଯୁବତୀ ଜଣକ ଯାଜପୁର ରୋଡ଼ର ଏକ ପଞ୍ଚ ତାରକା ହୋଟେଲରେ କାର୍ଯ୍ୟ କରୁଥିଲା l ଅନ୍ୟ ମହିଳା କର୍ମଚାରୀ ମାନଙ୍କ ସହ ମିଶି ଦୀର୍ଘ ଦିନ ହେବ ସନ୍ତରା ଗାଁ ର ଏକ ଭଡାଘରେ ରହିଆସୁଥିଲେ l କୌଣସି କାରଣ ବଶତଃ ଯୁବତୀ ଜଣକ ହୋଟେଲକୁ କାର୍ଯ୍ୟ କରିବା ପାଇଁ ଯାଇନଥିଲେ l

ଭଡାରେ ରହୁଥିବା ସାଥି କର୍ମଚାରୀ ମାନେ କାର୍ଯ୍ୟରୁ ଫେରି ଦେଖନ୍ତି ତ ଯୁବତୀ ଜଣକ ଛାତ ହୁକରେ ନିଜ ଓଢଣୀ ସାହାଯ୍ୟରେ ଝୁଲି ରହିଥିଲେ।ଏହି ଘଟଣା କୁ ନେଇ ପରିବାର ପକ୍ଷରୁ ପାଣିକୋଇଲି ଥାନାରେ ହତ୍ୟା ଅଭିଯୋଗ ହୋଇଛି। ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଆରମ୍ଭ କରିଛି। ସେପଟେ ମୃତ ଯୁବତୀ ଜଣକ ଯାଜପୁର ସଦର ଥାନା ନୂଆପଡା ଗାଁ ର ବାସୁଦେବ ସାହୁ ଙ୍କ ଝିଅ ପ୍ରିୟଙ୍କା ସାହୁ ବୋଲି ଜଣାପଡିଛି।