Odia News Portal

ଭିଜିଲାନ୍ସ ଜାଲରେ ରାଉରକେଲା ESI ମେଡିକାଲର ବରିଷ୍ଠ କିରାଣୀ

ଭିଜିଲାନ୍ସ ଜାଲରେ ରାଉରକେଲା ESI ମେଡିକାଲର ବରିଷ୍ଠ କିରାଣୀ । ଜେଲ ରୋଡ୍ ESI ମେଡିକାଲର ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଧରିଲା ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଅଭିରାମ ଧରାପଡ଼ିଛନ୍ତି । ବିଶ୍ବନାଥ ସିଂ ନାମକ ଜଣେ ବ୍ଯକ୍ତିଙ୍କର ଏକ ବିଲ୍ ପାସ କରିବାକୁ ସେ ଏହି ଲାଞ୍ଚ ନେଉଥିଲେ । ଲାଞ୍ଚ ଅର୍ଥ ଜବତ କରିବା ସହ ଅଭିରାମଙ୍କୁ ପଚରାଉଚୁରା କରୁଛି ଭିଜିଲାନ୍ସ । ୨ଟି ସ୍ଥାନରେ ରେଡ୍ କରି ଖୋଳତାଡ଼ କରୁଛି ଭିଜିଲାନ୍ସର ସ୍ପେଶାଲ୍ ଟିମ୍ ।