Odia News Portal

ମହାନଦୀରେ ଡଙ୍ଗା ବୁଡି ୨ ମୃତ, ୪ ନିଖୋଜ : ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମହାନଦୀରେ ଅଘଟଣ । ଏକ ଦେଶୀ ଡଙ୍ଗା ବୁଡି ଯିବାରୁ ୨ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ନିଖୋଜ ହୋଇଯାଇଛନ୍ତି । ଦେଶୀ ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ଧରି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଶରଧାରୁ ବରଗଡ଼ ବାଞ୍ଜିପାଲିକୁ ଯାଉଥିଲା ବେଳେ ବୁଡିଯାଇଥିଲା l ୨ ମୃତଦେହ ଉଦ୍ଧାର କରାଯାଇଛି। ୪ଜଣ ନିଖୋଜ ଥିବା ସୂଚନା ମିଳିଛି। ନିଖୋଜ ୪ଜଣ ଯାତ୍ରୀଙ୍କୁ ଖୋଜାଖୋଜି କରାଯାଉଛି । ସମସ୍ତ ଯାତ୍ରୀ ଛତିଶଗଡ଼ ଅଞ୍ଚଳର।

ଲଖନପୁର ନୌକା ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ
ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି।ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ ସ୍କୁବା ଡାଇଭର ଓ ୨କ୍ୟାମେରା ବିମାନ ଯୋଗେ ପଠାଯାଉଛି । ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଘଟଣା ସ୍ଥଳରେ ଆରଡିସି, ଝାରସୁଗୁଡା ଜିଲ୍ଲାପାଳ ଓ ଏସପି ଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ନୌକାରେ ଥିବା ସମସ୍ତ ଯାତ୍ରୀ ଛତିଶଗଡ ଖରସେନି ଅଂଚଳର ଏବଂ ବୁଲିବା ପାଇଁ ଅମ୍ବାଭୋନ ବ୍ଲକର ପଥର ସେନି କୁ ଯାଉଥିଲେ ।