Odia News Portal

ମାଓ କ୍ୟାମ୍ପରେ ଦିଆଯାଉଛି ଯୌନ ନିର୍ଯାତନା

ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା । ମାଓ କ୍ୟାମ୍ପରେ ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ । ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ ବଖାଣିଛନ୍ତି ମାଓ କ୍ୟାଂପରେ କେମିତି ଦିଆଯାଉଥିଲା ଯୌନ ନିର୍ଯାତନା ।

ଉଭୟ ମହିଳା ମାଓବାଦୀ KKBN ଡିଭିଜନ ମହାନଦୀ ଏରିଆ କମିଟିର ସଦସ୍ୟ ଥିଲେ । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଛତିଶଗଡ଼ ବିଜାପୁର ଅଞ୍ଚଳର । ୫ ବର୍ଷ ତଳେ ଏମାନେ ମାଓ କ୍ୟାମ୍ପରେ ସାମିଲ୍ ହୋଇଥିଲେ । ଅନ୍ୟପଟେ ଗତ ଦୁଇଦିନ ତଳେ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ହୋଇଥିଲା ।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କାମ୍ବିରୀକିଆ ଜଙ୍ଗଲରେ କୁମ୍ବିଂ ବେଳେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିଲା । ତାର ନାଁ ହେଲା ଦସରୁ । ସେ KKBN ସଂଗଠନର ଡିଭିଜିନାଲ କମାଣ୍ଡର ଥିଲା। ତା’ର ଘର ଛତିଶଗଡ଼ରେ । ତା ନାଁରେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୨୦ରୁ ଅଧିକ ମାମଲା ଥିଲା ।