Odia News Portal

ମିଶନ ଶକ୍ତି ମା’ମାନଙ୍କ ପାଇଁ ୩ଟି ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

 ମିଶନ ଶକ୍ତି ମା’ମାନଙ୍କ ପାଇଁ ୩ଟି ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ବଜାରର ଶୁଭାରମ୍ଭ କରିଛନ୍ତି । ବିନା ସୁଧରେ ୧୦ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମିଶନ ଶକ୍ତି ଋଣ ମିଳିବ ମା’ମାନଙ୍କୁ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କ ସୁଧ ଟଙ୍କା ଫେରସ୍ତ ହେବ । ଏ ବାବଦରେ ୧୪୫ କୋଟି ଟଙ୍କାର ସୁଧ ଫେରସ୍ତ ହେବ । ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହୋଇଛି । 
ଏହାସହ ମିଶନ ଶକ୍ତି ମା’ମାନଙ୍କୁ ୟୁନିଫର୍ମ ଓ ବ୍ଲେଜର ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହାର ଶୁଭାରମ୍ଭ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି । ୟୁନିଫର୍ମ ପାଇଁ ମିଶନ ଶକ୍ତି ମହିଳା ସ୍ୱୟଂ  ସହାୟକ ଗୋଷ୍ଠୀର ପ୍ରତି ମହିଳା ସଦସ୍ୟଙ୍କୁ ୧ ହଜାର  ଟଙ୍କା ଲେଖାଏଁ ମିଳିବ । ରାଜ୍ୟର ୭୦ ଲକ୍ଷ ମହିଳା  ଏଥିରେ ଉପକୃତ ହେବେ ।
ସେହିପରି ଏସଏଚଜି  ମହାସଂଘର କାର୍ୟ୍ୟନିର୍ବାହୀ କମିଟି (ଗ୍ରାମାଞ୍ଚଳ) ଓ  ପରିଚାଳନା କମିଟି (ସହରାଞ୍ଚଳ) ସଦସ୍ୟଙ୍କୁ ବ୍ଲେଜର  ପାଇଁ ୨ ହଜାର ଟଙ୍କା ଲେଖାଏଁ ଦିଆଯିବ । ଏଭଳି  ଭାବେ ଦେଢ଼ ଲକ୍ଷ କାର୍ୟ୍ୟ ନିର୍ବାହୀ କମିଟି ସଦସ୍ୟା  ଓ ପରିଚାଳନା କମିଟି ସଦସ୍ୟାଙ୍କୁ ମିଳିବ ୨ ହଜାର  ଟଙ୍କା ଲେଖାଏଁ ।
ମହିଳା ସଶକ୍ତିକରଣ ନେଇ ଏଭଳି  ଐତିହାସିକ ନିଷ୍ପତ୍ତି ନିଆଯାଇଛି । ୟୁନିଫର୍ମ ସହାୟତା ରାଶି ବାବଦରେ  ୨୦୨୩-୨୪ରେ ମିଶନ ଶକ୍ତି ବିଭାଗକୁ ରାଜ୍ୟ ସରକାର  ୭୩୦ କୋଟି ଟଙ୍କା ଦେବେ ।  ଏହି ବଜାର ମିଶନ  ଶକ୍ତି ମା’ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ଓ ସମୃଦ୍ଧ  କରିବାରେ ସହାୟକ ହେବ ।