Odia News Portal

ରାଇରଙ୍ଗପୁର ଅଞ୍ଚଳରୁ ଜଣେ ନାବାଳିକା ଉଦ୍ଧାର

ଖୁଣ୍ଟା ପୋଲିସ ଦ୍ବାରା ରାଇରଙ୍ଗପୁର ଅଞ୍ଚଳରୁ ଜଣେ ନାବାଳିକା ଉଦ୍ଧାର | ସୂଚନା ଅନୁସାରେ ଖୁଣ୍ଟା ଅଞ୍ଚଳର ଜଣେ ନିଖୋଜ ଥିବା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି |

ଖୁଣ୍ଟା ପୋଲିସ ଦ୍ବାରା ନାବାଳିକା ରାଇରଙ୍ଗପୁର ଉଦ୍ଧାର ହୋଇଥିବା ସୂଚନା ମିଳିଛି। ତେବେ ନାବାଳିକା ନିଖୋଜ ନେଇ ଖୁଣ୍ଟା ଥାନାରେ ୧୦୩/୨୦୨୪ ରେ ମାମଲା ରୁଜୁ ହୋଇଥିବା ବେଳେ ନାବାଳିକାକୁ ଉଦ୍ଧାର ପରେ ୱାନ ଷ୍ଟୋପ ସେଣ୍ଟର କୁ ପଠାଇ ଦିଆଯାଇଛି |

ପୋଲିସ ପକ୍ଷରୁ ମଙ୍ଗଳବାର ସଂଧ୍ୟା ୭ ଟା ସମୟରେ ଏହା ସୂଚନା ଦିଆଯାଇଛି। ତେବେ କେତେ ସମୟରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ତାହା ପୋଲିସ ପକ୍ଷରୁ କୁହାଯାଇ ନାହିଁ।