Odia News Portal

ରାଜଧାନୀରେ ଲୁଟେରାଙ୍କ ଆତଙ୍କ

ରାଜଧାନୀ ଭୁବନେଶ୍ୱରରେ ବିବାହ ମଣ୍ଡପରୁ ଚୋରି । ବିବାହ ଉତ୍ସବରେ ବରଯାତ୍ରୀ ବେଶରେ ଆସି ୯ ଲକ୍ଷରୁ  ଅଧିକ ଟଙ୍କା ଓ ଅଳଙ୍କାର ଚୋରି କରିଛନ୍ତି ଲୁଟେରା । ସିସିଟିଭି ଫୁଟେଜ ମୁତାବକ ମାତ୍ର ୪ ସେକେଣ୍ଡରେ ୯ ଲକ୍ଷ ଟଙ୍କାର ସୁନାଗହଣା ଗାଏବ । ମୁଣ୍ଡରେ ଟୋପି, ସୁଟ୍ ବୁଟ୍ ପିନ୍ଧି ଏକଦମ୍ ବରଯାତ୍ରୀ ବେଶରେ ଆସିଥିଲେ ସମସ୍ତ ଲୁଟେରା ।  ସିସିଟିଭିରେ କଏଦ ହୋଇଥିବା ଏହି ଚୋରି ଏବେ କମିଶନରେଟ୍ ପୁଲିସକୁ ଖୋଲା ଚ୍ୟାଲେଞ୍ଜ କରିଛି । ଘଟଣା ଗତ ୭ ତାରିଖ ରାତିରେ ଘଟିଥିବା ଜଣା ପଡିଛି । କଟକ-ପୁରୀ ବାଇପାସରେ ଥିବା ଏକ ବିବାହ ମଣ୍ଡପରେ ଭୁବନେଶ୍ୱର ମହର୍ଷି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଶ୍ରୀରେଖା ମହାନ୍ତିଙ୍କ ଝିଅ ବାହାଘର ଥିଲା । ଅତିଥି ଉପହାର ଦେଇଥିବା ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ପ୍ରାୟ ୪ ଲକ୍ଷ ଟଙ୍କା କ୍ୟାସ୍ ଥିଲା ଏହି ବ୍ୟାଗରେ । ଏ ନେଇ ବରଗଡ ଥାନାରେ ଅଭିଯୋଗ ହୋଇଥିବା ମଧ୍ୟ ଜଣା ପଡିଛି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।