Odia News Portal

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ସଲେଇପଦର ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ବାଳକକର ମୃତ ଦେହ ଆଜି ରାସ୍ତା କଡ଼ରୁ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ସୁବଳୟା ଧିବରପଡାର ଡମ୍ବରୁଧର ଅଧିକାରୀ । ଅଭିଯୋଗ ଅନୁସାରେ ଗତକାଲି ସଂଧ୍ୟାରେ ଡମ୍ବରୁ ଘରୁ ବାହାରି କେଉଁକାମରେ ଯାଇଥିଲେ, ହେଲେ ଆଉ ଘରକୁ ଫେରି ନଥିଲେ । ଘର ଲୋକ ବହୁତ ଖୋଜା ଖୋଜି କରିଥିଲେ ହେଁ ତାଙ୍କ ଖବର ପାଇନଥିଲେ । ତେବେ ଆଜି ସକାଳୁ ସଲେଇପଦର୍ ଗାଁ ନିକଟ ରାସ୍ତା କଡ଼ରେ ତାଙ୍କ ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖିଥିଲେ । ଏନେଇ ସୁବଳୟା ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ମୃତ ଦେହ ନିକଟରେ ତାଙ୍କ ସ୍କୁଟି ପଡିଥିବା ବେଳେ ପାଖରେ ଗ୍ଲାସ, ମଦ ବୋତଲ, ପାଣି ବୋତଲ ଓ ଅଧା ପିଆ ମଦ ଗ୍ଲାସ୍ ପଡ଼ିଥିବା ଦେଖିବାକୁ ମିଳିଛି ।