Odia News Portal

ଶିବ ମନ୍ଦିରରୁ ସୁନା ଅଳଙ୍କାର ଚୋରି କଲେ ଦୁର୍ବୁତ୍ତ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ବାଗପୁଞ୍ଜି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସେହି ଗ୍ରାମରେ ଥିବା ଶିବ ମନ୍ଦିରରୁ ସୁନା ଅଳଙ୍କାର ଏବଂ ଆସବାବପତ୍ର ଚୋରି ହୋଇଛି । ସେହି ମନ୍ଦିରରୁ ଠାକୁରଙ୍କର ସମସ୍ତ ସୁନା ଅଳଙ୍କାର, ଆସବାବପତ୍ର, ୨୦ କେଜିର ତମ୍ବା ନାଗ ସାପ ଓ ଡାକବାଜି ଯନ୍ତ୍ର ଚୋରି ହୋଇଥିବାର ଅଭିଯୋଗ ହୋଇଛି । ଆଜି ସକାଳେ ସବୁଦିନ ଭଳି ମନ୍ଦିରର ପୂଜକ ମନ୍ଦିର ଖୋଲିବାକୁ ଆସିବା ବେଳେ ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ମନ୍ଦିରରୁ ଆନୁମାନିକ ଦୁଇ ଲକ୍ଷ ଟଙ୍କା ଜିନିଷ ଚୋରି ହୋଇଥିବାର ସୂଚନା ଦେଇଛନ୍ତି ପୂଜକ ।