Odia News Portal

ଶେରଗଡରେ ଭିକେ ପାଣ୍ଡିଆନ

 ଗଞ୍ଜାମ ଗସ୍ତରେ ଭି.କେ ପାଣ୍ଡିଆନ୍ । ଆଜି ସକାଳୁ ଗଞ୍ଜାମ ଶେରଗଡରେ ରୋଡ୍ ସୋ’ କରିଛନ୍ତି । ପ୍ରଥମେ ଗଞ୍ଜାମର ଧବଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ରୂପାନ୍ତର କାର୍ଯ୍ୟର ସମୀକ୍ଷା କରିବା ପରେ ଆରମ୍ଭ କରିଥିଲେ ରୋଡ୍ ସୋ’ । ଶେରଗଡ ଗୋଠଗାଁରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ । ଦଳୀୟ ସାଂସଦ ଓ ବିଧାୟକଙ୍କ ପାଇଁ ଭୋଟ୍ ମାଗିଥିଲେ ।

ପରେ ଶେରଗଡର ପିତ୍ତଳରେ ଜନସଭାକୁ ସମ୍ବୋଧିତ କରି ପାଣ୍ଡିଆନ କହିଥିଲେ, ମୁଖ୍ୟମନ୍ତ୍ରୀ ଆପଣଙ୍କୁ ବହୁତ ଭଲ ପାଆନ୍ତି । ଆପଣଙ୍କ ପାଇଁ ଦିନରାତି କାମ କରୁଛନ୍ତି । ୫ ବର୍ଷରେ ପୁଣିଥରେ ସୁଯୋଗ ଆସିଛି, ମୁଖ୍ୟମନ୍ତ୍ରୀଙ୍କୁ ପୁଣିଥରେ ଆଶୀର୍ବାଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି । ଏହାସହ ପିତ୍ତଳରେ ହୋଇଥିବା ବିକାଶମୂଳକ କାମର ହିସାବ ଦେଇଛନ୍ତି ପାଣ୍ଡିଆନ । ନିର୍ବାଚନ ଦିନ ସମସ୍ତେ ଭୋଟ ଦେବାକୁ ଆସିବେ, ସୁଯୋଗ ହାତଛଡା କରିବେନି । ସବୁ ମଠ ମନ୍ଦିର, ସ୍କୁଲର ରୂପାନ୍ତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡବଲ ଇଞ୍ଜିନ ସରକାରରେ ୨୦୦ ଟଙ୍କା ଭତ୍ତା ଦେଉଛି, କିନ୍ତୁ ନବୀନ ସରକାର ୧୦୦୦ ଟଙ୍କା ଲେଖାଏଁ ଭତ୍ତା ଦେଉଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

ଶେରଗଡ ପରେ ଖଲ୍ଲିକୋଟରେ ପହଞ୍ଚିବେ ପାଣ୍ଡିଆନ୍ । ଆରସିଏମ୍ କଲେଜ ପଡ଼ିଆରେ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ଣରେ ହିଞ୍ଜିଳକାଟୁରେ ରୋଡ୍ ସୋ’ କରିବା ପରେ ରାତିରେ ବ୍ରହ୍ମପୁରରେ ରୋଡ ସୋରେ ଶକ୍ତି ପ୍ରଦର୍ଶନ ସହ ଭୋଟ ଭିକ୍ଷା କରିବେ ଭିକେ ପାଣ୍ଡିଆନ୍ । ଏହାପରେ ଗୋପାଳପୁର ଫେରିଯାଇ ପାନ୍ଥନିବାସରେ ରାତ୍ରିଯାପନ କରିବେ ।