Odia News Portal

ଶ୍ରୀମନ୍ଦିର ଚାରି ଦ୍ୱାରରେ ପହଞ୍ଚିଲା ବ୍ୟାଗ ସ୍କାନର, ତାଲିମ ନେବା ପରେ ସିପାହୀ ଚଳାଇବେ

ଶ୍ରୀମନ୍ଦିର ଚାରି ଦ୍ୱାର ଆଗରେ ଶ୍ରଦ୍ଧାଳୁଙ୍କ ବ୍ୟାଗ୍ ଚେକିଂ ନିମନ୍ତେ ପହଞ୍ଚିଲା ବ୍ୟାଗ ସ୍କାନର । ଏହା କେବେ ବ୍ୟବହାର ହେବ ସେନେଇ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନି । ଶ୍ରୀମନ୍ଦିରରେ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିବାରୁ ଆତଙ୍କି ଅଘଟଣ ଘଟାଇବା ନେଇ ସର୍ବଦା ଆଶଙ୍କା ଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଜରୁରି ହୋଇପଡ଼ିଛି । ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଅତୀତରେ ବହୁ ଅଘଟଣ ଘଟିଛି । ପୁଲିସ ଓ ପ୍ରଶାସନିକ ସୁରକ୍ଷା ବ୍ୟବସ୍ଥା ସମାଲୋଚନାକୁ ଆସିଛି ।

ଶ୍ରୀମନ୍ଦିର ଚାରିଦ୍ୱାରରେ ଅଚଳ ପଡ଼ିଥିବା ମେଟାଲ ଡିଟେକ୍ଟରଗୁଡ଼ିକୁ ସଚଳ କରାଯାଇଛି । ସ୍ୱତନ୍ତ୍ର ପୁଲିସ ସୁରକ୍ଷା ଯାନ ସିଂହଦ୍ୱାର ଥାନା ନିକଟରେ ମୁତୟନ ହୋଇଛି । ଶ୍ରଦ୍ଧାଳୁଙ୍କ ବ୍ୟାଗ୍ ସ୍କାନ କରିବା ନିମନ୍ତେ ସ୍ୱତନ୍ତ୍ର ସ୍କାନର ପହଞ୍ଚିଛି । ଏହାର ବ୍ୟବହାର ନେଇ ଶ୍ରୀମନ୍ଦିର ସୁରକ୍ଷା ବାଟାଲିୟନ ଫୋର୍ସ ତାଲିମ ନେଉଥିବାରୁ ତାଲିମ ନେଇସାରିବା ପରେ ମେସିନ୍‌ଗୁଡ଼ିକ ବ୍ୟବହାର ହେବ ବୋଲି ସୂଚନା ମିଳିଛି ।