Odia News Portal

ସୁମିତ-ତପସ୍ୱିନୀ ବିବାଦ, ଲାଗିଲା ୧୪୪ ଧାରା

ବ୍ରହ୍ମପୁର: ବ୍ରହ୍ମପୁର ର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାହ ବିବାଦ ମାମଲା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମଙ୍ଗଳବାର ଡାକ୍ତର ସୁମିତ୍ ଙ୍କ ଘର ବାହାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି ହୋଇଛି। ଏ ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣାସ୍ଥଳରେ ଗହଳି ଏଡାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

ତପସ୍ୱିନୀଙ୍କ ଶ୍ୱଶୂର ଘର ଆଗରେ ୨ ସେକ୍ସନ ପୋଲିସ ମୁତୟନ ହୋଇଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି କରିଛି ପୋଲିସ ପ୍ରଶାସନ । ଡାକ୍ତର ସୁମିତଙ୍କ ଘର ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ବ୍ରହ୍ମାନଗର ଆରମ୍ଭଠାରୁ ଗୁରୁଦେବ ହସ୍ପିଟାଲ ଯାଏଁ ୧୪୪ ଲାଗୁ ହୋଇଛି । କାଲି ସନ୍ଧ୍ୟାରେ ସୁମିତଙ୍କ ଘରେ ଧସେଇ ପଶିଥିଲେ ମହିଳା ।
ତପସ୍ୱିନୀ ବର୍ତ୍ତମାନ ସୁମିତ୍ ଙ୍କ ଘରର ପ୍ରଥମ ଗେଟ୍ ଭିତରେ ରହିଛନ୍ତି। ନ୍ୟାୟ ନ ମିଳିବା ପର୍ୟ୍ୟନ୍ତ ଏଭଳି ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି।