Odia News Portal

୧୨୦ କେଜି ଗଞ୍ଜେଇ ଜବତ: ୨ ଗିରଫ

ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଯଶିପୁର ପୋଲିସ । ୧୨୦କେଜି ଗଞ୍ଜେଇ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଏକ କାର ଯୋଗେ ଗଞ୍ଜଇ ଚୋରା ଚାଲାଣ କରାଯାଉଥିବା ବେଳେ ଖବର ପାଇ ମୟୂରଭଞ୍ଜ ଯଶିପୁର ମୁଖ୍ୟ ବଜାର ଛକ ନିକଟରେ ଗାଡ଼ିଟିକୁ ଧରିଛି ପୋଲିସ । ଜବତ ଗଞ୍ଜଇର ଅନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ ।

ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗର ଆସିଫୁଲ ମଣ୍ଡଳ ଓ ଦୟାଲ ବିଶ୍ୱାସ । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଯଶିପୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଘଟଣା ସ୍ଥଳରୁ ଗାଡି ଓ ଡ୍ରାଇଭର ସମେତ ଜଣକୁ ଗିରଫ କରି ଅଧିକ ତଦନ୍ତ କରୁଛି ପୋଲିସ । ତେବେ ଏହା ଯଶିପୁର ପୋଲିସ ପାଇଁ ଏକ ବଡ଼ ସଫଳତା ମିଳିଛି । ଗାଡ଼ିରେ ୧.୨୦ କେଜି କୁଇଣ୍ଟାଲ ଗଞ୍ଜେଇ ମିଳି ଥିବାର ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ।