Odia News Portal

୩ନୂଆ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଜେଏସ୍‌ଡବ୍ଲୁ ଗ୍ରୁପ୍‌ ଓଡ଼ିଶାର ପାରାଦୀପରେ ଏକ ବୃହତ୍‌ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି ।ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ବାର୍ଷିକ ୧୩.୨ ଏମ୍‌ଟିପିଏ କ୍ଷମତାଯୁକ୍ତ ଏହି ସମନ୍ୱିତ ଷ୍ଟିଲ୍‌ ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି । ଏହାସହିତ ୫୨ ଏମ୍‌ଟିପିଏ ଅଲ୍‌-ୱେଦର, ମଲ୍‌ଟି କାର୍ଗୋ, ଗ୍ରୀନ୍‌ଫିଲ୍ଡ କ୍ୟାପ୍ଟିଭ୍‌ ଜେଟ୍ଟିର ବି ଶିଳାନ୍ୟାସ କରଛନ୍ତି ମୁଖ୍ୟମନ୍ତ୍ରୀ ।

ଜେଏସ୍‌ଡବ୍ଲୁ ଷ୍ଟିଲର ପୂର୍ଣ୍ଣ ଅଧିକୃତ ସହାୟକ କମ୍ପାନି ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ୍‌ ଦ୍ୱାରା ଏହି ସମନ୍ୱିତ ଷ୍ଟିଲ ପ୍ଲାଣ୍ଟର ବିକାଶ କରାଯାଉଛି । ୨୦୨୨ରେ ଜେଏସ୍‌ଡବ୍ଲୁ ଷ୍ଟିଲ ପର୍ୟ୍ୟାୟ କ୍ରମେ ୬୫,୦୦୦ କୋଟି ଟଙ୍କା ନିବେଶରେ ଓଡ଼ିଶାରେ ଏକ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବା ଲାଗି ଘୋଷଣା କରିଥିଲା ।

ଏହି ପ୍ରକଳ୍ପ ଜମି ପାରାଦୀପ ବନ୍ଦର ନିକଟରେ ରହିଛି, ଯାହାକୁ ପୂର୍ବରୁ କୋରିଆ କମ୍ପାନି ପୋସ୍କୋ ପାଇଁ ଧାର୍ୟ୍ୟ କରାଯାଇଥିଲା । ସେଠାରେ ୧୨ ଏମ୍‌ଟିପିଏ ଷ୍ଟିଲ୍‌ ପ୍ଲାଣ୍ଟ କରିବା ପାଇଁ ପୋସ୍କୋ ଯୋଜନା ରଖିଥିଲା । କିନ୍ତୁ ଜମି ଅଧିଗ୍ରହଣକୁ ନେଇ ସ୍ଥାନୀୟ ଆନ୍ଦୋଳନ ଏବଂ ପରିବେଶ ମଞ୍ଜୁରୀରେ ବିଳମ୍ବ ଯୋଗୁ ପୋସ୍କୋ ଉକ୍ତ ପ୍ରକଳ୍ପରୁ ଓହରିଯାଇଥିଲା ।