Odia News Portal

୪ର୍ଥ ଦିନରେ ଆଇଟି ରେଡ

ଚତୁର୍ଥ ଦିନରେ ଆୟକର ବିଭାଗର ରେଡ୍‌ । ଓଡିଶାର ଏକାକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢାଉ । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ସହ ନଗଦ ପାଞ୍ଚ କୋଟି ଟଙ୍କା ଏବଂ ୪ କିଲୋ ସୁନା ଅଳଙ୍କାର ଜବତ ହୋଇଛି । ସେପଟେ ଏହି ଚଢାଉରେ ସୁରକ୍ଷାକୁ ନଜରରେ ରଖି ସିଆର୍‌ପିଏଫ୍‌ ଯବାନ ମୁତୟନ କରାଯାଇଛି । କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ସାମ୍ରାଜ୍ୟରେ ଚଢ଼ଉ ପରେ ଆୟକର ବିଭାଗକୁ ଜ୍ୟାକ୍‌ପଟ୍‌ ଲାଗିଛି । ତୃତୀୟ ଦିନରେ ଆୟକର ବିଭାଗ ଘନଶ୍ୟାମ, ତାଙ୍କ ଭାଇ ଯୋଗେଶ ଓ ସହଯୋଗୀ ନନ୍ଦ କିଶୋର ଅଗ୍ରୱାଲଙ୍କଠୁ ପ୍ରାୟ ୫ କୋଟି ଟଙ୍କା ଠାବ କରିଛି । ୩ଟି ବ୍ୟାଗରୁ ୨ କେଜିର ସୁନା ଅଳଙ୍କାର ମିଳିଛି । ଆୟକର ଅଧିକାରୀମାନେ ଘନଶ୍ୟାମଙ୍କ ପୁଅ ଅଭିଷେକଙ୍କୁ ରାଉରକେଲାର ଏକ ଅଜ୍ଞାତ ସ୍ଥାନରେ ଜେରା କରୁଛନ୍ତି । ଘନଶ୍ୟାମଙ୍କ ବିଲେଇମୁଣ୍ଡାସ୍ଥିତ ଟ୍ରାନ୍ସପୋର୍ଟ କାର୍ୟ୍ୟାଳୟରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କ ବଡ଼ଭାଇ ଯୋଗେଶଙ୍କ ରାଉରକେଲାସ୍ଥିତ ସିଭିଲ୍‌ ଟାଉନ୍‌ସିପ୍‌ ବାସଭବନରୁ ୨ କୋଟି ଟଙ୍କା ମିଳିଛି । ୨ କିଲୋ ଓଜନର ସୁନାଗହଣା ଜବତ ହୋଇଥିବା ଜଣାପଡ଼ିଛି ।