Odia News Portal

୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ସେନେଇ ବୁଧବାର ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହା ଏକ ଗୁପ୍ତ ନୀତି ସେବା ହୋଇଥିବାରୁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ଦର୍ଶନ ବନ୍ଦ ରହିବ। ଏହି ନୀତି ଅନୁସାରେ ଶ୍ରୀଜିଉଙ୍କ ମୁଖମଣ୍ଡଳକୁ ସଜ୍ଜିତ କରାଯିବ।