Odia News Portal

୬୧୩୧ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି ପତ୍ର

ନବନିଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ ଲାଗି କଳିଙ୍ଗ ହକି ଷ୍ଟାଡିୟମ୍ରେ ବିଶାଳ କାର୍ୟ୍ୟକ୍ରମ । ୩୦ ଜିଲ୍ଲାର ୬୧୩୧ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଜି ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। କଟକ ଜିଲ୍ଲାରୁ ସର୍ବାଧିକ ୪୩୮ଜଣ ରହିଥିବା ବେଳେ ଗଞ୍ଜାମ ସୁନ୍ଦରଗଡ଼ର ୩୯୧ ଜଣ ଲେଖାଏଁ , ମୟୂରଭଞ୍ଜର ୩୮୨ , କେନ୍ଦୁଝରର ୩୫୬ , ବଲାଙ୍ଗୀରରୁ ୩୩୦ଜଣ ଶିକ୍ଷକ ନିଯୁକ୍ତିପତ୍ର ପାଇଛନ୍ତି।
କେଉଁ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ଷ୍ଟାଡିୟମ୍ର କେଉଁ ଷ୍ଟାଣ୍ଡରେ ବସିବେ ଓ ପ୍ରସ୍ଥାନ କରିବେ ତାହା ପୂର୍ବରୁ ସ୍ଥିର କରାଯାଇଛି। ସେହି ଅନୁସାରେ ଅପରାହ୍ନ ୧ ଟା ସୁଦ୍ଧା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ କଳିଙ୍ଗ ଷ୍ଟାଡିୟମରେ ପ୍ରବେଶ କରିସାରିଥିଲେ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତଥ୍ୟ ଅନୁଯାୟୀ ୬୧୩୧ଜଣ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ ଏବଂ ସେମାନଙ୍କ କର୍ମଶାଳାକୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବା ଯୋଗୁଁ କଳିଙ୍ଗ ଷ୍ଟାଡିୟମ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯିବା ଆସିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି ।