Odia News Portal

ଏକାମ୍ର ପ୍ରଗତି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ

ଏକାମ୍ର ନିର୍ବାଚନ ମଣ୍ଡଳୀରେ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଭିତରେ ରହିଛି ଭୁବନେଶ୍ଵରରେ ପ୍ରତି ଘରକୁ ୨୪ ଘଣ୍ଟା ପାନୀୟ ଜଳଯୋଗାଣ ପାଇଁ ୩୩ କୋଟି, ବରମୁଣ୍ଡା ଓ ୱାର୍ଡ ନମ୍ବର ୨୪ ଅଞ୍ଚଳରେ ସେଥିପାଇଁ ୮ କୋଟି ୯୩ ଲକ୍ଷ , ଗଙ୍ଗୁଆ ବାମପାର୍ଶ୍ଵରେ ରାସ୍ତା ନିର୍ମାଣ ପାଇଁ ୫୨ କୋଟି , ୬୦ନମ୍ବର ୱାର୍ଡରେ କେଦାରଗୌରୀ ପୁଷ୍କରିଣୀ ଜଳ ନିଷ୍କାସନ ପାଇଁ ବକ୍ସ କଲଭର୍ଟ ନିର୍ମାଣ ବାବଦରେ ୬୫ ଲକ୍ଷ , ଲିଙ୍ଗିପୁରରେ ପାନୀୟ ଜଳ ଯୋଗାଣ ସୁଉଚ୍ଚ ଏବଂ ଭୂତଳ ଜଳଭଣ୍ଡାର ପାଇଁ ୧ କୋଟି ୬୦ ଲକ୍ଷ। ୩ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟରେ ଲିଙ୍ଗରାଜ ଓ ଲେପ୍ରୋସି କଲୋନୀ ବାସିନ୍ଦାଙ୍କୁ ଥଇଥାନ, ଦେଢ କୋଟି ଟଙ୍କା ବ୍ୟୟରେ ଧଉଳି ଶାନ୍ତିସୂପର ନବୀକରଣ କରାଯିବ। ସମ୍ ହସ୍ପିଟାଲ ରାସ୍ତାର ଆଲୋକୀକରଣ , ଦୟା ପଶ୍ଚିମ କେନାଲ ଉପରେ ସେତୁ ନିର୍ମାଣ, ଦୟା ଦକ୍ଷିଣ ବନ୍ଧ ଉପରେ ରାସ୍ତା ନିର୍ମାଣ, କୂଆଖାଇ ଦକ୍ଷିଣବନ୍ଧର ପୁନରୁଦ୍ଧାର, ଦୟା ନଦୀ ଦକ୍ଷିଣ ବନ୍ଧର ସୁଦୃଢୀକରଣ ଓ ଉନ୍ନତିକରଣ । ଏହି କାର୍ୟ୍ୟକ୍ରମରେ ବି.ଏମ.ସି କମିଶନର ଶ୍ରୀ ସଂଜୟ ସିଂହ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।