Odia News Portal

ଗୋଟିଏ ପରିବାରର ୧୨ଜଣ ପାଣିରେ ବୁଡ଼ି ପ୍ରାଣ ହରାଇଲେ

ଅଯୋଦ୍ଧା: ଉତ୍ତରପ୍ରଦେଶର ଅଯୋଦ୍ଧାରେ ସରୟୁ ନଦୀରେ ୧୨ ଜଣ ବୁଡି ଯାଇଥିବା ସୂଚନା ମିଳିଛି । ଗୋଟିଏ ପରିବାରର ୧୨ ଜଣ ଗୁପ୍ତାର ଘାଟରେ ସ୍ନାନ କରୁଥିଲେ । ତା ମଧ୍ୟରେ ଏହି ଅଘଟଣ ଘଟିଛି । ସିଏମ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପିଏସି ବୁଡାଳୀଙ୍କୁ ଦାୟିତ୍ୱ ଦିଆଯାଇଛି ।

ତାଜା ସୂଚନା ମୁତାବକ, ଏହି ଅଘଟଣ ପରେ ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬ ଜଣ ଏବେ ବି ନିଖୋଜ ରହିଛନ୍ତି । ସୂଚନାନୁସାରେ, ଗାଧୋଇବା ସମୟରେ ସମୁଦାୟ ୧୫ ଜଣ ଥିଲେ ଯେଉଁଥିରେ ୧୨ ଜଣ ବୁଡ଼ି ଯାଇଥିଲେ। ସ୍ଥାନୀୟ ଡାଇଭର୍ସ ଏକ ସମୟରେ ବୁଡ଼ି ଯାଉଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ବୁଡ଼ି ଯାଇଥିବା ଲୋକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି।