Odia News Portal

ସଞ୍ଜୁଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା, ଜାଣନ୍ତୁ କାହିଁକି?

ଦୁବାଇ: ଜମୁଛି ଆଇପିଏଲ ମ୍ୟାଚ୍ । ମଙ୍ଗଳବାର ରାଜସ୍ଥାନ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚଟି ରାଜସ୍ଥାନ ଦମଦାର ବିଜୟ ହାସଲ କରିଛି । ଯୁବ ବୋଲର ସୁଦୀପ ତ୍ୟାଗୀଙ୍କ ଚମକ୍ରାର ବୋଲିଂ ଲାଗି ଦଳ ରାଜସ୍ଥାନ ବିଜୟୀ ହୋଇଛି । ତେବେ ଏହାରି ଭିତରେ ଦଳର ଅଧିନାୟକଙ୍କୁ ଲାଗିଛି ଝଟକା । ମ୍ୟାଚ ଜିତିବାରେ ରାଜସ୍ଥାନ ରୟାଲ୍ସ ଓଭରକୁ ଟିକେ ଧୀର ବୋଲିଂ କରିଥିଲା ଏବଂ ଏଥିପାଇଁ ଅଧିନାୟକ ସଞ୍ଜୁ ସାମସନ ଖର୍ଚ୍ଚ କରିଥିଲେ। ମ୍ୟାଚ ସମୟରେ ମନ୍ଥର ଓଭର ହାର ବଜାୟ ରଖିଥିବାରୁ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନଙ୍କୁ ତାଙ୍କ ଦଳ ଜରିମାନା ଲାଗିଛି। ତେବେ ପଞ୍ଜାବ କିଙ୍ଗସରୁ ମାତ୍ର ୨ ରନ୍ରେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ ଜିତିଛି।

ଆଇପିଏଲ ପରିଚାଳନା ପରିଷଦ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ, ଯେହେତୁ ସର୍ବନିମ୍ନ ଓଭର ରେଟ ଅପରାଧ ସହ ଜଡିତ ଆଇପିଏଲ ଆଚରଣ ସଂହିତା ଅନୁଯାୟୀ ଏହା ତାଙ୍କ ଦଳର ପ୍ରଥମ ଅପରାଧ ଥିଲା। ସଞ୍ଜୁ ସାମସନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି।