Odia News Portal

ଆଜିଠୁ ଧବଳେଶ୍ୱରଙ୍କ ପୀଠରେ ୧୪୪

କଟକ: କମିନି କରୋନା ପ୍ରକୋପ । ଏବେ ବି ଜାରି ରହିଛି ଗାଇଡଲାଇନ୍ । କାର୍ତ୍ତିକ ମାସ ତଥା ପଞ୍ଚକରେ ଦୂରଦୂରାନ୍ତରୁ ଭକ୍ତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଚଳିତ ବର୍ଷ ସେଥିରେ ଲାଗିଛି କଟକଣା । ଚଳିତ ବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ଓ ବଡଓଷାରେ କଟକଣା ଲଗାଇଲା ପ୍ରଶାସନ । ଆଜି ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ଆଜିଠୁ ୧୯ ତାରିଖ ଯାଏଁ ପୀଠରେ ୧୪୪ ଧାରା ବଳବତ୍ତର ରହିବ । କେବଳ ବିଧି ରକ୍ଷା ପାଇଁ ହେବ ନୀତିକାନ୍ତି । ତେଣୁ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ଆସିବାକୁ ମନା କରିଛି ପ୍ରଶାସନ । ସେପଟେ ସାକ୍ଷୀ ଗୋପାଳ ସ୍ଥିତ ଗୋପିନାଥ ଦେବ ମନ୍ଦିର ପରିସରରେ ବି ୧୪୪ ଧାରା ଜାରି କରାଯାଇଛି । ଆଜି ଅଁଳା ନବମୀରେ ରାଧା ପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପାଇଁ ଜାରି ହୋଇଛି କଟକଣା ।