Odia News Portal

ଜଳେଶ୍ୱରରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର: ଦିନକୁ ଦିନ ବାଲେଶ୍ୱର ଜିଲ୍ଲାରେ ବଢ଼ିବାକୁ ଲାଗିଛି ନିଶା କାରବାର । ବିବାଦର ଆଗରେ ଖବର କାଗଜର ଫ୍ରଣ୍ଟ ପେଜରେ ସବୁବେଳେ ରହୁଛି ବାଲେଶ୍ୱର ଜିଲ୍ଲାର ନିଶା କାରବାର ଖବର । ତେବେ ଆଜି ପୁଣି ଜଳେଶ୍ୱର ଅଞ୍ଚଳରୁ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ , ଜଣେ ମହିଳାଙ୍କ ସମେତ ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି । ମହିଳା ଜଣଙ୍କ ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ନଗମା ବିବି ହୋଇଥିବାବେଳେ ଅନ୍ୟ ଜଣେ ଯାଜପୁର ରୋଡ୍ ଅଞ୍ଚଳର ପ୍ରଫୁଲ ପାତ୍ର ।