Odia News Portal

୧୯ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ଝାରସୁଗୁଡା: ଦୀର୍ଘ ୯ ମାସ ଧରି ସ୍କୁଲ ବନ୍ଦ ରହିବା ପରେ ଗତ ୮ ତାରିଖରୁ ଖୋଲିଥିଲା ସ୍କୁଲ। ହେଲେ ୫ ଦିନର ପାଠପଢ଼ା ମଧ୍ୟରେ ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ୍‌ର ୩ଟି ହାଇସ୍କୁଲରୁ ୧୯ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । କେଜିପି ସରକାରୀ ହାଇସ୍କୁଲ , ହେମସାଗର ହାଇସ୍କୁଲ ଏବଂ ପାକେଲପଡାରେ ଥିବା ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀ ସଂକ୍ରମିତ ହୋଇଥିବା ଜଣାପଡିଛି ।

ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି । ସ୍କୁଲରୁ କରୋନା ଚିହ୍ନଟ ହେବା ପରେ ହଷ୍ଟେଲ, ସ୍କୁଲ ଶ୍ରେଣୀଗୃହ ଓ ଶୌଚାଳୟକୁ ସାନିଟାଇଜ କରାଯାଇଛି । ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପୁରା ଜିଲ୍ଲାରେ ଚିନ୍ତା ବଢିଛି । ଲଇକେରା ବ୍ଲକ ବିଡିଓ ଓ ବିଇଓ ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।