Odia News Portal

ପ୍ରଥମ ରୋଗୀକୁ ବର୍ଷେ, ମନେ ପଡୁଛି ନବୀନଙ୍କ ରଣନୀତି

୧୫ ମାର୍ଚ୍ଚ ୨୦୨୦ରେ ଇଟାଲୀରୁ ଫେରିଥିଲେ ପ୍ରଥମ କରୋନା ରୋଗୀ

ଭୁବନେଶ୍ବର: ମହାମାରୀର ହୃଦୟ ବିଦାରକ ବିଭୀଷିକା କୁ ପୁରିଛି ୧ବର୍ଷ । ଆଜିର ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ୧୫ ମାର୍ଚ୍ଚ ୨୦୨୦ ଇଟାଲୀରୁ ଫେରିଥିବା ଜଣେ ଯୁବକଙ୍କ ଠାରେ ରାଜଧାନୀରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା ।

ସୂଚନା ଅନୁଯାୟୀ, ୧୫ ମାର୍ଚ୍ଚ ୨୦୨୦ରେ ଭୁବନେଶ୍ୱର ବରଗଡ଼ ଅଂଚଳର ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମହାମାରୀ ରାଜଧାନୀରେ ବିଜୁଳି ବେଗରେ ବ୍ୟାପିଗଲା । ରାଜଧାନୀକୁ ଫେରୁଥିବା ଜଣେ ପରେ ଜଣେ ପ୍ରବାସୀ ଓଡ଼ିଶା କରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ଏହି ସଂଖ୍ୟାକୁ ବଢ଼ାଇ ଚାଲିଲେ ଦିଲ୍ଲୀର ତବଲିଗ୍ ଜମାତରେ ଯୋଗ ଦେଇଥିବା ବ୍ୟକ୍ତି । ସ୍ଥାନୀୟ ସଂକ୍ରମଣ ଏତେ ବଢ଼ିଗଲା ଯେ କରୋନାର ହଟସ୍ପଟ୍ ପାଲଟିଗଲା ରାଜଧାନୀ ଭୁବନେଶ୍ୱର ।ଏହାପରେ ରାଜ୍ୟରେ ଆରମ୍ଭ ହୋଇ ଯାଇଥିଲା ଲକ୍ ଡାଉନ ସଟ ଡାଉନ । ନିଜ ଘରେ ଗୃହବନ୍ଦୀ ପାଲଟିଗଲେ ଲକ୍ଷ ଲକ୍ଷ ଲୋକ । ଶୂନଶାନ ହୋଇଗଲା ରାସ୍ତା, ବନ୍ଦ ହୋଇଗଲା ମଲ୍ ଏବଂ ହଲ୍ । ଭୁବନେଶ୍ୱର ସୂର୍ଯ୍ୟନଗର ଓ ବମିଖାଲରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ରାଜଧାନୀର ସୀମା ଡେଇଁ ଗାଁକୁ ବ୍ୟାପିଗଲା ।ଏବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଥିବା ସମୟରେ ଏବେ ମଧ୍ୟ ରାଜ୍ୟ ଉପରୁ ଟଳିନି ସଂକ୍ରମଣ ବିପଦ ।