Odia News Portal

୨ ଦିନ ସ୍କୁଲ ଛୁଟି

ରାଜ୍ୟରେ ପୁଣି ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ବୁଧବାର ଓ ଗୁରୁବାର ୨ ଦିନ ସ୍କୁଲ ଛୁଟି ରହିବ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ବେସରକାରୀ ସ୍କୁଲ ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ର ୨ ଦିନ ବନ୍ଦ ରହବ। ଏ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଅସହ୍ୟ ତାତି ଲାଗିି ସକାଳ ଆଠଟାରୁ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି। ଏ ନେଇ ପୂର୍ବରୁ ମଧ୍ୟ ଛୁଟି ଘୋଷଣା ହୋଇଥିଲା।