Odia News Portal

ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତଦେହ

ପୁରୀ: ପ୍ରେମ ନେଇଗଲା ଜୀବନ | ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅଳଗୁମ୍ ପଂଚାୟତର ପ୍ରଧାନସାହି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ନାମ ବଳିଆ ନାୟକ ଏବଂ ସୁଲି ନାୟକ ବୋଲି ଜଣାପଡିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି ।

ମଙ୍ଗଳବାର ଦିନ ସକାଳ ସମୟରେ ସତ୍ୟବାଦୀ ବ୍ଲକ ଅଳଗୁମ ପଞ୍ଚାୟତ ଜିପୁର ଗାଁର ଏକ ଗଛରେ ୨ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଯୁବକ ଜଣଙ୍କ ଏକ ଗାମୁଛାରେ ଝୁଲିଥିବା ବେଳେ ଯୁବତୀ ଜଣଙ୍କ ନିଜ ଓଢଣୀ ଜରିଆରେ ଝୁଲୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟଲୋକ ମୃତଦେହ ଝୁଲୁଥିବାର ଦେଖି ପୋଲିସକୁ ଖବର କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସୂଚନାନୁଯାୟୀ, ଉଭୟ ମୃତକ ନିକଟସ୍ଥ ପ୍ରଧାନସହି ଗାଁର ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାରେ ପୋଲିସ ଛାନ୍‌ଭିନ୍‌ କଲେ ପ୍ରକୃତ ତଥ୍ୟା ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକ ଆଶା କରିଛନ୍ତି । ଅନ୍ୟପଟେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପରିବାର ଲୋକେ । ଉଭୟଙ୍କୁ କେହି ହତ୍ୟା କରି ଟାଙ୍ଗି ଦେଇଛନ୍ତି ବୋଲି ପରିବାର ଲୋକଙ୍କ ଅଭିଯୋଗ ଆଣିଛନ୍ତି ।