Odia News Portal

ପାଣିରେ ବୁଡ଼ି ଚାଲିଗଲା ୨ ଭଉଣୀଙ୍କ ଜୀବନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜଂଅରା ବାରିମୂଳରେ ନିକଟରେ ଅଘଟଣ । ପାଣିରେ ବୁଡି ୨ ଶିଶୁଙ୍କ ସଲିଳ ସମାଧି ।ମୃତକ ୨ ଶିଶୁଙ୍କ ନାମ ଶୁଭସ୍ମିତା ଓ ମଧୁସ୍ମିତା । ଉଭୟ ସଂପର୍କରେ ଭଉଣୀ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ଆଜି ପୂର୍ବାହ୍ନରେ ଦୁଇ ଭଉଣୀ ଖେଳୁଥିବା ବେଳେ କେଉଁ ଆଡେ ଚାଲି ଯାଇଥିଲେ। କିଛି ସମୟ ପରେ ପରିବାର ଲୋକେ ଖୋଜାଖୋଜି କରିବା ରୁ ଉଭୟଙ୍କ ମୃତଦେହ ଘର ନିକଟ ଜୋର ରୁ ଉଦ୍ଧାର ହୋଇଥିଲା। ଜୋର ରେ ଭାସୁଥିବା ପୁରୁଣା ଡଙ୍ଗା ଆଣିବାକୁ ଯାଇ ଦୁଇ ଶିଶୁ ବୁଡି ଯାଇଥିବା ସନ୍ଦେହ କରାଯାଉଛି। ତେବେ ପ୍ରାଣ ହରାଇଥିବା ଦୁଇ ଶିଶୁ ସେହି ଗ୍ରାମର ବିପିନ ମଳିକ ଙ୍କ ୩ ବର୍ଷ ୬ ମାସ ର ଝିଅ ସୁଭସ୍ମିତା ଓ ୨ ବର୍ଷ ୩ ମାସର ଝିଅ ମଧୁସ୍ମିତା।