Odia News Portal

ଆଇପିଏଲରୁ ଓହରିଲେ ୩ ଇଂଲଣ୍ଡ ଖେଳାଳୀ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ବାକି ମ୍ୟାଚ୍ । ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଆଇପିଏଲରୁ ଓହରିଛନ୍ତି ୩ ଇଂଲଣ୍ଡ ଖେଳାଳୀ । ତେବେ ଶେଷ ଟେଷ୍ଟ ବାତିଲ ହେବାପରେ ଏମାନେ ଆଇପିଏଲରୁ ଓହରିଥିବା ଚର୍ଚ୍ଚା ହେଉଛି । ଟି-୨୦ ବିଶ୍ୱକପ ପାଖେଇ ଆସୁଥିବାବେଳେ ପରିବାରକୁ ସମୟ ଦେବାର କାରଣ ଦର୍ଶାଇ ସେମାନେ ଓହରି ଯାଇଛନ୍ତି । ଇଂଲଣ୍ଡର ୩ଖେଳାଳି ଆଇପିଏଲରୁ ଓହରିବା ପରେ ପଞ୍ଜାବ, ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସର ଚିନ୍ତା ବଢିଛି । ପଞ୍ଜାବ ପକ୍ଷରୁ ଖେଳୁଥିବା ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟସମ୍ୟାନ ଡେଭିଡ ମଲାନ ଆଇପିଏଲରୁ ଓହରିଥିବା ବେଳେ ଏବେ କ୍ରିସ୍ ୱାକସ୍ ଏବଂ ଜନି ବେୟାରଷ୍ଟୋ ଆଇପିଏଲରୁ ଓହରି ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା ଦେଇଛନ୍ତି । ଡେଭିଡ ମଲାନ ଆଇପିଏଲରୁ ଓହରିଥିବା ନେଇ ପଞ୍ଜାବ ସ୍ପଷ୍ଟ କରିଛି ।