Odia News Portal

ଟାଟା ଷ୍ଟିଲରେ ଚାକିରି କରାଇଦେବା ନାଆଁରେ ସାଢ଼େ ତିନି ଲକ୍ଷ ଟଙ୍କା ଠକେଇ

ଠକାମିର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ଅଞ୍ଚଳର ଶକ୍ତି ପ୍ରସନ୍ନ ସ୍ୱାଇଁ।
ଶକ୍ତି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରି ସମାପ୍ତ କରିବା ପରେ ବେକାର ଥିଲେ। ଏହି ସମୟରେ ଅଭିଯୁକ୍ତ ସନ୍ଦୀପ ପ୍ରଧାନଙ୍କ ସହ ତାଙ୍କର ଭେଟ ହୋଇଥିଲା। ସନ୍ଦୀପ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ପ୍ଲେସମେଣ୍ଟ ଅଫିସ ଖୋଲିଥିଲେ। ଚାକିରି କରାଇ ଦେବେ କହି ପର୍ଯ୍ୟାୟ କ୍ରମେ ଶକ୍ତିଙ୍କଠାରୁ ୩ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ।
ବିଶ୍ୱାସ ଜନ୍ମେଇବା ପାଇଁ ଶକ୍ତିକୁ ଜାମସେଦପୁରକୁ ନେଇ ନକଲି ଟାଟା ଷ୍ଟିଲ ଅଧିକାରୀଙ୍କ ସହ ସାକ୍ଷାତ ମଧ୍ୟ କରାଇ ଥିଲେ। ଟଙ୍କା ନେବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ଚାକିରି ଦେଇ ନଥିଲେ। ଯେଉଁ ଅଫିସ କରିଥିଲେ ସନ୍ଦୀପ ପ୍ରଧାନ ଅଫିସ ବନ୍ଦ କରି ଫୋନ ସୁଇଚ୍ ଅଫ କରି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଶକ୍ତି।