Odia News Portal

ବ୍ରହ୍ମପୁରରେ ପାଞ୍ଚ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ବ୍ରହ୍ମପୁରରେ ସୋମବାର ବିଳମ୍ବିତ ରାତିରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଚଢାଉ କରାଯାଇଥିବା ବେଳେ ଗଞ୍ଜେଇ ବୋଝେଇ ଟ୍ରକ୍ ଜବତ କରିଛି ପୋଲିସ । ପାଞ୍ଚ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଗାଡି ଚାଳକ । ଗଜପତି ଜିଲ୍ଲାରୁ ବିହାର ଚାଲାଣ ବେଳେ ବ୍ରହ୍ମପୁର ଫାଷ୍ଟ୍ ଗେଟ୍ ଅଞ୍ଚଳରେ ଚଢାଉ କରିଥିବା କହିଛନ୍ତି ଅବକାରୀ ଗୁଇନ୍ଦା ବିଭାଗ ର ରାଜେନ୍ଦ୍ର ବୋଥ୍ରା ।