Odia News Portal

ରଥଯାତ୍ରାରେ ନିୟୋଜିତ ହେବେ ୬୫ ପ୍ଲାଟୁନ୍ ଫୋର୍ସ

ପୁରୀ: ଆସୁଛି ରଥଯାତ୍ରା । ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବା ନେଇ ପୂର୍ବରୁ ସୂଚନା ଦିଆଯାଇଛି । ସେପଟେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଏଡିଜି ଆର.କେ ଶର୍ମା । ରଥଯାତ୍ରା ପାଇଁ ୬୫ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ମୋଟ ୧୨ଟି ଜୋନରେ ବିଭକ୍ତ କରାଯିବ । କେବଳ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ମଧ୍ୟରେ ୪ଟି ଜୋନ୍ ହେବ । ସହରର ମୁଖ୍ୟ ପ୍ରବେଶ ପଥ ଓ ବଡଦାଣ୍ଡର ଛାତ ଉପରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ୩୧ ଜଣ ଡିଏସପି ଓ ସହକାରୀ କମାଣ୍ଡର୍ ମୁତୟନ ହେବେ । ୬୪ ଜଣ ଆଇଆଇସି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ ।