Odia News Portal

ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରୁଛନ୍ତି ଏଡିଜି ଜଶବନ୍ତ ଜେଠୱା

ପିପିଲି: ପିପିଲିରେ ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରିବା ପାଇଁ ପୁଲିସ ଏଡିଜି ଜଶବନ୍ତ ଜେଠୱା ଓ ପୁରୀ ଏସପି କନଓ୍ବର ବଲଓ୍ବନ୍ତ ସିଂ ପହଞ୍ଚିଛନ୍ତି । ଆସନ୍ତା ପିପିଲି ଉପନିର୍ବାଚନ ପାଇଁ ଶାନ୍ତି ଶୃଙ୍ଖଳାସହ ଭୋଟ ଦାନ ପାଇଁ ଚାଲିଛି ସମୀକ୍ଷା ।ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ତଳୀରେ ୧୫୦ ରୁ ଉର୍ଧ ବୁଥ୍ ରେ ଉପଜି ପାରେ ଆଇନ ଶୃଙ୍ଖଳା ପରିସ୍ଥିତି ।

କିଭଳି ପୁଲିସ ମୁତୟନ କରାଯାଇ କାର୍ଯ୍ୟ ସଂପାଦନ ହେବ ତା ଉପରେ ଚାଲିଛି ମାନସ ମନ୍ଥନ । ପିପିଲି ଥାନାରେ ଚାଲିଛି ଏହି ଆଲୋଚନା ଚାଲିଛି । ଏଥିରେ ଉପସ୍ଥିତ ରହିଛନ୍ତି ପିପିଲି ଏସ.ଡି.ପିଓ ଦେବଦତ୍ତ ବରାଳ , ପିପିଲି ଥାନା ଆଇଆଇସି ଗୈ।ରାଙ୍ଗ ଚରଣ ପୃଷ୍ଟି ।