Odia News Portal

ଆଜିଠୁ ଖାଲି ଥିବା ସିଟ୍ ପୂରଣ

ଯୁକ୍ତ୨ରେ ଖାଲିଥିବା ସିଟ୍‌ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ଆଜି ପୂର୍ବାହ୍ନ ୧୧ଟା ୩୦ରୁ ୨୨ ତାରିଖ ରାତି ୧୧ଟା ୫୫ ପର୍ଯ୍ୟନ୍ତ ଆବେଦନ କରିପାରିବେ । ୨୪ ତାରିଖ ଅପରାହ୍ନ ୩ଟାରେ ମେଧା ତାଲିକା ସହ ଅପେକ୍ଷା(ୱେଟିଂ) ଲିଷ୍ଟ ଛାତ୍ରଛାତ୍ରୀଙ୍କ ତାଲିକା ମଧ୍ୟ ପ୍ରକାଶ ପାଇବ ।

୨୫ ତାରିଖ ପୂର୍ବାହ୍ନ ୧୦ଟାରୁ ୨୬ ତାରିଖ ଅପରାହ୍ନ ୪ଟା ମଧ୍ୟରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ । ୨୬ ତାରିଖ ଅପରାହ୍ନ ୪ଟା ୧୫ରୁ ୨୭ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ୱେଟିଂ ଲିଷ୍ଟ ତାଲିକାରେ ଥିବା ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ । ୨୭ ତାରିଖ ଅପରାହ୍ନ ୪ଟାରେ ଅପେକ୍ଷାରତ ଛାତ୍ରଛାତ୍ରୀଙ୍କର ମେଧା ତାଲିକା ପ୍ରକାଶ ପାଇବା ସହ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନରେ ନାମଲେଖା ହେବ । ୩୦ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ନାମଲେଖା ସମ୍ବନ୍ଧୀୟ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ଦାଖଲ କରିବେ ।