Odia News Portal

ଗରିବଙ୍କୁ ମାଗଣା ଇକମୋ ଚିକିତ୍ସା ଯୋଗାଇବ ଭୁବନେଶ୍ୱର ଏମ୍ସ

ଭୁବନେଶ୍ୱର: କରୋନା ସମୟରେ ଏକ ଆଶ୍ୱସ୍ତିକର ଖବର । ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ମିଳିବ ମାଗଣା ଇକମୋ ଚିକିତ୍ସା । ରାସନ କାର୍ଡଧାରୀ ଏବଂ ଗରୀବ ଲୋକଙ୍କୁ ଏହି ସୁବିଧା ଯୋଗଇବା ଲାଗି ଏମ୍ସ ଅଧିକ୍ଷକ ସଚ୍ଚିତାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ଗତ ଜୁଲାଇ ୧୫ରୁ ଭୁବନେଶ୍ୱର ଏମ୍ସରେ କାର୍ଯ୍ୟକ୍ଷମ ହୋଇଛି ଇକମୋ ମେସିନ୍ ।