Odia News Portal

ବନ୍ଧୁକ ଡିଲ କରୁଥିଲେ, ବନ୍ଧାହେଲେ ଆଲବମ୍ ନିର୍ଦ୍ଦେଶକ

କଟକ: କଟକ ବାଦାମବାଡି ଅଂଚଳରେ ବନ୍ଧୁକ ଡିଲ ବେଳେ ୪ ଜଣ ଗିରଫ ହୋଇଛନ୍ତି । ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ମଧ୍ୟ ଜବତ କରିଛି ପୋଲିସ । ଗିରଫ ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ପ୍ରଦାନ କରିଛନ୍ତି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଆଲବମ ନିର୍ଦ୍ଦେଶକ ରହିଥିବା ଜଣାପଡିଛି । ଶଙ୍କରପୁର ଅଂଚଳର ଆଲବମ ନିର୍ଦ୍ଦେଶକ ଗିରଫ ହୋଇଥିବା ସୂଚନା ମିଳିଛି ।