Odia News Portal

ସୁସ୍ଥ ହେଉଛନ୍ତି ଅମ୍ରିତ

ଭୁବନେଶ୍ୱର: ବ୍ରହ୍ମପୁରର ଯୁବକ ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । ବର୍ତ୍ତମାନ ତାଙ୍କୁ ୫୦ ପ୍ରତିଶତ ଭେଂଟିଲେଟରରେ ତାଙ୍କୁ ରଖାଯାଇଛି । ଭେଂଟିଲେଟର ହଟାଇବା ପାଇଁ ଚାହୁଁଛନ୍ତି ଡାକ୍ତରୀ ଟିମ୍ । ହେଲେ ଏବେବି ଶତପ୍ରତିଶତ ଇକମୋ ମେସିନରେ ଚାଲିଛି ଅମ୍ରିତଙ୍କ ଚିକିତ୍ସା । ଏବେ ତାଙ୍କ ମାଂସପେଶୀରେ ସାମାନ୍ୟ ଶକ୍ତି ଅନୁଭବ କରୁଥିବା ଡାକ୍ତରୀ ଦଳ ସୂଚନା ଦେଇଛନ୍ତି । ଅମ୍ରିତଙ୍କ ଠାରେ ଏବେବି ସଂକ୍ରମଣ ରହିଛି । ବଡ଼ କଥା ହେଉଛି ଅମ୍ରିତ ଏବେ ସଚେତ ଅଛନ୍ତି ଏବଂ ସଂକେତ ଜରିଆରେ ଯୋଗାଯୋଗ କରୁଛନ୍ତି ।

ସୂଚନା ଥାଉକି, ବ୍ରହ୍ମପୁରର ଯୁବକ ହେଉଛନ୍ତି ଅମ୍ରିତ ପ୍ରଧାନ । କରୋନାରେ ଆକ୍ରାନ୍ତ ଥିବା ଅମ୍ରିତଙ୍କ ଇକମୋ ଚିକିତ୍ସା ଚେନ୍ନାଇରେ ଚାଲିଛି । ୨କୋଟିରୁ ଅଧିକ ଟଙ୍କା ତାଙ୍କ ଚିକତ୍ସାରେ ଖର୍ଚ୍ଚ ହେବ । ତେବେ ତାଙ୍କୁ ବିଭିନ୍ନ ମହଲରୁ ସହଯୋଗର ସୁଅ ଛୁଟିବାରେ ଲାଗିଛି । ତାଙ୍କ ଭଉଣୀ ପ୍ରଥମେ ସହଯୋଗ କରିବା ଲାଗି ସମସ୍ତଙ୍କୁ ଅନୁରୋଧ କରିଥିଲେ । ସେପଟେ ଏକ ଭିଡିଓରେ ତାଙ୍କ ମା କାନ୍ଦି କାନ୍ଦି ସହଯୋଗ ଲୋଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ଓ ବଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଛନ୍ତି ।