Odia News Portal

ଆସୁଛି ଆଉ ଏକ ବାତ୍ୟା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ରିପୋର୍ଟ ଅନୁସାରେ ଉତ୍ତର-ଆଣ୍ଡାମାନ ସାଗରରେ ଆସନ୍ତା ୮-୯ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୦ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ । ପରବର୍ତ୍ତୀ ୪-୫ ଦିନରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହା ଏକ ବାତ୍ୟା ରୂପ ନେଇ ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି । ଏହି ଲଘୁଚାପଟି ବାତ୍ୟାରେ ପରିଣତ ହେଲେ ତାହାର ନାଁ ‘ଜାଓ୍ବାଦ’ ରଖାଯିବ । ସାଉଦି ଆରବ ପକ୍ଷରୁ ଏହି ନାମକରଣ କରାଯାଇଛି ।ଏହି ବାତ୍ୟା ଓଡ଼ିଶା ଆଡ଼କୁ ଆସୁଥିବାରୁ ଚଳିତ ବର୍ଷ ଦଶହରା ଉତ୍ସବ ଫିକା ପଡ଼ିବାର ସମ୍ଭାବନା ରହିଛି । କରୋନା କଟକଣା ଯୋଗୁଁ ପୂର୍ବରୁ ହିଁ ଦଶହରାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ କମ ଥିଲା । ଏବେ ବାତ୍ୟା ଆସୁଥିବାରୁ ଦଶହରା ସଂପୂର୍ଣ୍ଣ ଧୋଇଯିବାର ଆଶଙ୍କା ଦେଖାଦେଇଛି ।