Odia News Portal

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସୁଛି ପୂଜା । ତେବେ ପୂଜାରେ ଗାଇଡଲାଇନ ପୂଜା କରିବା ଲାଗି ସରକାର ଘୋଷଣା କରିଛନ୍ତି । ସେପଟେ କିନ୍ତୁ ଲଘୁଚାପ ଆସୁଥିବାରୁ ପୂଜାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସୁଛି ଆଉ ଏକ ଲଘୁଚାପ। ଚଳିତବର୍ଷ ପାର୍ବଣ ଫିକା ପଡ଼ିବ ଯାହା ଜଣାପଡୁଛି। ଅକ୍ଟୋବର ତୃତୀୟ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏବର୍ଷ ଦଶହରାରେ ଭିଜିବ ଓଡ଼ିଶା। ଆନ୍ଧ୍ରକୁ ମୁହାଁଉଥିବା ଛୋଟ ବାତ୍ୟା ସୃଷ୍ଟି ହେବା ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟରେ ଯଦିଓ ଅଧିକ ପବନର ସମ୍ଭାବନା ନାହିଁ କିନ୍ତୁ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ଗତ ୨୪ ଘଣ୍ଟା ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଆଗାମୀ ୫ ଦିନ ଧରି ଓ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଓ କନ୍ଧମାଳ ଜିଲାରେ ବଜ୍ରପାତ ହେବାର ଆଶଙ୍କା କରାଯାଇଛି।

ଫିଲିପାଇନ୍ସର ପଶ୍ଚିମରେ ଗଭୀର ଅବପାତ ଏକ ବାତ୍ୟା ରୂପ ନେବ। ଏହା ଦକ୍ଷିଣ ଚାଇନା ସାଗର ଅତିକ୍ରମ କରି ଭିଏତନାମ ଉପକୂଳରେ ସ୍ବଳ୍ପ ବର୍ଷା କରିବ। ଏହାର ଅବଶିଷ୍ଟ ଅଂଶ ମିଆଁମାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ପ୍ରଥମେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।