Odia News Portal

ଶିକ୍ଷା ପାଇଁ ନାହିଁ ବୟସ ସୀମା; ୫୫ ବର୍ଷ ବୟସରେ ଦ୍ୱାଦଶ ପରୀକ୍ଷା ଦେଲେ ବିଜେପି ବିଧାୟକ

ବରେଲିର ପୂର୍ବତନ ବିଜେପି ବିଧାୟକ ରାଜେଶ ମିଶ୍ର ୫୫ ବର୍ଷ ବୟସରେ ଦ୍ବାଦଶ ପରୀକ୍ଷା ଦେଉଛନ୍ତି। ଦୁଇଥର ବିଧାୟକ ହୋଇଥିବା ମିଶ୍ର କହିଛନ୍ତି ଯେ ଶିକ୍ଷା ପାଇଁ କୌଣସି ବୟସ ସୀମା ନଥାଏ। ଦ୍ବାଦଶ ପରୀକ୍ଷାରେ ପାସ୍‌ କରିବା ପରେ ସେ ଆଇନ ଅଧ୍ୟୟନ କରିବାକୁ ଯୋଜନା କରିଛନ୍ତି।

ଦୁଇ ବର୍ଷ ପୂର୍ବେ ତାଙ୍କ ଝିଅ ଜଣେ ଦଳିତ ଯୁବକଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ପରିବାର ଏହି ପଦକ୍ଷେପକୁ ଦୃଢ଼ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ। ପରବର୍ତ୍ତୀ ସମୟରେ ଏକ ମାଟି ପାତ୍ରରେ ରଖାଯାଇଥିବା ପରିତ୍ୟକ୍ତ ଶିଶୁ କନ୍ୟାକୁ ଉଦ୍ଧାର କରି ମିଶ୍ର ପୁନର୍ବାର ଶିରୋନାମାକୁ ଆସିଥିଲେ।