Odia News Portal

ରାଜସ୍ୱ ନିରୀକ୍ଷକଙ୍କୁ ଆକ୍ରମଣ

କଟକ: ବେଆଇ ଭାବରେ ଚାଲିଥିଲା ଇଟାଭାଟି । ଚଢ଼ାଉ କରିବା ଲାଗି ଯାଇଥିଲେ ରାଜସ୍ୱ ନିରୀକ୍ଷକ । ଶେଷରେ ଆକ୍ରମଣର ଶିକାର ହୋଇଛନ୍ତି ରାଜସ୍ୱ ନିରୀକ୍ଷକ । କଟକ ଜିଲ୍ଲା ମାହାଙ୍ଗା ମହାଙ୍ଗା ତହସିଲ ଅଧିନସ୍ଥ ପର୍ଶୁରାମପୁର ଅଞ୍ଚଳରେ ବେଆଇ ଭାବରେ ଚାଲିଥିବା ଇଟାଭାଟି ଉପରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ସେଠାରେ ରାଜସ୍ୱ ଅଧିକ୍ଷକଙ୍କୁ ଆକ୍ରମଣ କରାଯାଇଛି । ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଯାଇଥିବା ଏହି ଟିମ୍ ଉପରେ ଅତର୍କିତ ଆକ୍ରମଣ କରାଯାଇଛି । ପ୍ରଥମେ ଇଟାଭାଟି କରିଥିବା ମାଲିକ ଓ ତାଙ୍କ ତାଙ୍କ ସମ୍ପର୍କୀୟ ଗାଳି ଗୁଲଜ କରିଥିଲେ । ପରେ ସେମାନେ ଅଫିସରଙ୍କୁ ଉପରକୁ ଆକ୍ରମଣ କରିଥିଲେ । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।