Odia News Portal

ପୂର୍ବ ଭାରତରେ ପ୍ରଥମ, ସମ୍ ହସପିଟାଲରେ ଅତ୍ୟାଧୁନିକ ଅଟୋମେଟେଡ୍ ସିବିସି ଆନାଲାଇଜର ଉପଲବ୍ଧ

ଭୁବନେଶ୍ୱ ର : ଉତମ ରୋଗୀ ସେବା କ୍ଷେତ୍ର ରେ ସବୁବେଳେ ଆଗଧାଡ଼ ିରେ ରହି ନୂତନ ଜ୍ଞ୍ୟାନ କୌଶଳ
ସମ୍ପନ୍ନ ଓ ଅତ୍ୟାଧୁନିକ ସରଞ୍ଜାମ ଆପଣେଇବାରେ ଅଗ୍ର ଣୀ ଥିବା ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ
ସମ୍ ହସପିଟାଲ ଲାବୋରେଟୋରୀ ହେମାଟୋଲୋଜି କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛି । ପୂର୍ବାଂଚଳର ପ୍ରଥମ
ହସପିଟାଲ୍ ଭାବେ ସବୁଠାରୁ ଅତ୍ୟାଧୁନିକ ଅଟୋମେଟେଡ ସିବିସି ଆନାଲାଇଜର ସମ୍ ରେ ପ୍ରତିଷ୍ଠା କରାଯାଇଛି ।

ଭାରତର ଚତୁର୍ଥ ହସପିଟାଲ ଭାବେ ସମ୍ରେ ଏହି ମେସିନ୍ର ପ୍ରତିଷ୍ଠା କରାଯାଇଥି ବା ହସପିଟାଲର ପାଥୋଲୋଜି
ବିଭାଗର ଆସୋସିଏଟ୍ ପ୍ରଫେସର ତଥା ଲାବୋରେଟୋରୀ ହେମାଟୋଲୋଜିର ଇନଚାର୍ଜ ଡ. ରାଜେଶ କୁ ମାର
ଭୋଳ ସୂଚନା ଦେଇଛନ୍ତି । ରକ୍ତ ନମୂ ନା ପରୀକ୍ଷା କ୍ଷେତ୍ରରେ ଏହି ଅତ୍ୟାଧୂନିକ ମେସିନ (ସିସମେକ୍ସ
ଏକ୍ସଏନ୩୧୧୧ଏ ଆନାଲାଇଜର) ରକ୍ତ ନମୁନାକୁ ଅତି ଅଳ୍ପ ସମୟରେ ପରୀକ୍ଷା କରିବାରେ ସାହାଯ୍ୟ କରି ବ । ଏହା
ଦ୍ୱାରା ସିବିସି ପରୀକ୍ଷା ସହ ସ୍ଲାଇଡ ପ୍ରସ୍ତୃତ କରାଯିବ ଓ ରିଫ୍ଲେ କ୍ସ ରୁଲ ମାଧ୍ୟମରେ ଷ୍ଟେନିଂ ମଧ୍ୟ କରାଯି ବ ।
ଅଟୋମେଟେଡ ଡ଼ ିଜିଟାଲ ମାଇକ୍ରୋସ୍କୋପ ଦ୍ୱାରା ରକ୍ତ ନମୂ ନାରେ ଥିବା ସମସ୍ୟାକୁ ଚିହ୍ନଟ କରିହେବ ବୋଲି ସେ
କହିଛନ୍ତି । ସିବିସି ପରୀକ୍ଷା କ୍ଷେତ୍ରରେ ଆଇଏମଏସ ଆଣ୍ଡ ସମ୍ ହସପିଟାଲରେ ଡିଜିଟାଲ ପାଥୋଲୋଜି ସେଲାଭି ଜନ ସ୍ଥାପନ
କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ । ଏହା ଦ୍ୱାରା ମାଇକ୍ରୋସ୍କୋପି ସ୍ଲାଇଡ ରି ଭ୍ୟୁ ପ୍ରୋସେସକୁ ଦ୍ରୁତ ଓ ସରଳ
କରିବା ସହ ଏହାର ଫଳାଫଳ ମଧ୍ୟ ଠି କ୍ ଭାବେ ବାହାରି ପାରିବ ବୋଲି ଡ. ଭୋଳ କହିଛନ୍ତି ।

ଏହି ଆନାଲାଇଜର ଦ୍ୱାରା ଷ୍ଟେମ ସେଲ କାଉଂଟ ମଧ୍ୟ ହୋଇପାରିବ ଯାହାକି ବୋନ ମ୍ୟାରୋ ପ୍ରତ୍ୟାରୋପଣ
ପ୍ରକି ୍ରୟାରେ ସାହାଯ୍ୟ କରି ବ । ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ଗବେଷଣା କାର୍ଯ୍ୟକୁ ମଧ୍ୟ ପ୍ରୋତ୍ସାହନ ମିଳିବ ଓ
ଆଟି ର୍ଫିସିଆଲ୍ ଇଂଟେଲିଜେନ୍ସ, ଡିଜିଟାଲ ଏବଂ ଭଚୁ ର୍ଆଲ ମାଇକ୍ରୋସ୍କୋପି ଉପରେ ଦୃ ଷ୍ଟି କେନ୍ଦି ୍ରଭୂତ ହେବ ।
ଏହି ନୂଆ ମେସି ନ୍ଟି ଶୁକ୍ରବାର ଦିନ ହସପିଟାଲରେ ଉଦଘାଟନ କରାଯାଇଥିବାବେଳେ ଏହି ଅବସରରେ ସୋଆ
କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର , ଆଇଏମଏସ ସମ୍ ହସପିଟାଲ ଡିନ ପ୍ରଫେସର ଗଙ୍ଗାଧର ସାହୁ,
ମେଡିକାଲ ସୁପରିଟେଂଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଡେପୁଟି ମେଡିକାଲ ସୁପରିଟେଂଡେଂଟ ଡ.
ରାଜେଶ ଲେଙ୍କା, ପାଥୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଦେବାହୁତି ମହାପାତ ଏବଂ ସମ୍ ସେଂଟ୍ରାଲ
ଲବୋରେଟୋରୀର ମୁଖ୍ୟ ପ୍ରଫେସର ରାଜଶ୍ର ୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥ ିତ ଥିଲେ ।

ଏହି ଅବସରରେ ସୋଆ କୁ ଳପତି ପ୍ରଫେସର ମହାପାତ୍ର କହିଛନ୍ତି ଯେ ଏହି ଅତ୍ୟାଧୁନିକ ମେସିନ୍ ଦ୍ୱାରା ଅନେକ
ଗୁଡିଏ ରକ୍ତ ପରୀକ୍ଷା ନମୁନା ଖୁବ୍ ଶୀଘ୍ର ହେବା ସହ ସଠି କ୍ ଏବଂ ନିଭୁ ର୍ଲ ହେବ । ଏହି ଅତ୍ୟାଧୁନିକ ବ୍ୟବସ୍ଥା ଆଇଏମଏସ ଓ ସମ୍ ହସପିଟାଲରେ ପ୍ରତିଷ୍ଠା କରିବା ଦିଗରେ ଡ. ଭୋଳଙ୍କ ସମେତ ତାଙ୍କ
ଟିମ୍ର ସଦସ୍ୟ ଡ. ସରିତା ପ୍ରଧାନ, ଡ. ରିପୂଞ୍ଜୟ ମହାନ୍ତି , ଡ. ରାକା ହୋତା, ଡ. ଗାୟତ୍ର ୀ ବେହେରା ଓ ଡ. ସଞ୍ଜିତା ହଜାରୀଙ୍କ ସମେତ ଉଚ୍ଚ ବୈଷୟିକ ଜ୍ଞାନକୌଶଳ ସମ୍ପନ୍ନ ଲ୍ୟାବ ଟେକନିସିଆନ ଓ କର୍ମଚାରୀ ମାନଙ୍କର ପ୍ରମୁଖ ଭୂ ମିକା ରହିଛି ।