Odia News Portal

ଆଲୋକିତ ହେବ ଅଯୋଧ୍ୟା, ଜଳିବ ୧୨ ଲକ୍ଷ ଦୀପ

ନୂଆଦିଲ୍ଲୀ : ଦୀପରେ ଆଲୋକିତ ହେବ ଆଯୋଧ୍ୟା । ଦୀପୋତ୍ସବରେ ଆଯୋଧ୍ୟାରେ ୧୨ ଲକ୍ଷ ଦୀପରେ ଆଲୋକିତ କରିବ ଉତ୍ତରପ୍ରଦେଶ ସରକାର । ଏହି ୧୨ ଲକ୍ଷ ଦୀପ ମଧ୍ୟରୁ ୯ ଲକ୍ଷ ଦୀପ ସରାୟୁ ନଦୀ କୁଳେ ଏବଂ ରାମ ମନ୍ଦିର ପରିସରରେ ଜଳାଯିବ । ଏହାସହିତ ଆଉ ୩ ଲକ୍ଷ ଦୀପ ଅଯୋଧ୍ୟାର ମଠ ମନ୍ଦିରରେ ଜଳାଯିବ । ସରକାରଙ୍କ ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜି.କିସନ ରେଡ୍ଡୀ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହେବେ ।

ସୂଚନାଯୋଗ୍ୟ, ଗତବର୍ଷ ଦୀପୋତ୍ସବରେ ଯୋଗୀ ସରକାର ୬ ଲକ୍ଷ ଦୀପ ଜଳାଇଥିଲେ କିନ୍ତୁ ଚଳିତ ବର୍ଷ ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ଜଳାଇ ରେକର୍ଡ କରିବେ ସରକାର । ଏହାବ୍ୟତିତ ଏହି କାର୍ଯ୍ୟକ୍ରମ ଅବସରରେ ଥ୍ରିଡି ହୋଲିଓଗ୍ରାଫିକ , ଲେଜର ସୋ ଏବଂ ଆତିଶବାଜି ମଧ୍ୟ କରାଯିବ ।