ଖୋଲିଲା ବାବା କେଦାରନାଥଙ୍କ ମନ୍ଦିର । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ମନ୍ଦିରର ଦ୍ୱାର ଖୋଲିଲା । ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି କେଦାରନାଥଙ୍କୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସାରା ଭାରତରୁ ପହଞ୍ଚିଛନ୍ତି ବାବାଙ୍କ ଭକ୍ତ । ଭକ୍ତମାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ଗତବର୍ଷ ଅକ୍ଟୋବର ୨୩ରୁ ବନ୍ଦ ଥିଲା ମନ୍ଦିର ।କେଦାରନାଥ ବାବାଙ୍କ ପୂଜାର୍ଚ୍ଚନା ପାଇଁ ପହଞ୍ଚିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । କମିଟି ପକ୍ଷରୁ ମନ୍ଦିରକୁ ସୁସଜ୍ଜିତ କରାଯାଇଛି । ଟନ୍ ଟନ୍ ଫୁଲରେ ସଜେଇ ହୋଇଛି ମନ୍ଦିର । ମନ୍ଦିର ଉପରେ ହେଲିକପ୍ଟରରୁ ଫୁଲ ବର୍ଷା କରାଯାଇଛି । ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶ୍ରଦ୍ଧାଳୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଉତ୍ତରାଖଣ୍ଡ ରାଜ୍ୟପାଳ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେବା ସମ୍ପୂର୍ଣ୍ଣ ମନା । ଶ୍ରଦ୍ଧାଳୁମାନଙ୍କୁ ସେମାନଙ୍କ ଫୋନ୍ ବାହାରେ ଥିବା କାଉଣ୍ଟରରେ ଜମା କରିବାକୁ ପଡ଼ିବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି । ମନ୍ଦିର ପରିସର ମଧ୍ୟରେ ଫଟୋ ଉଠାଇବା, ଭିଡିଓ କରିବା କିମ୍ବା ରିଲ୍ସ ବନାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି । ମନ୍ଦିରର ପବିତ୍ରତା ବଜାୟ ରଖିବା ଏବଂ ଭକ୍ତମାନଙ୍କୁ ଶାନ୍ତିର ସହ ଦର୍ଶନ ସୁଯୋଗ ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଆସନ୍ତାକାଲିଠୁ ଶ୍ରଦ୍ଧାଳୁମାନେ ବଦ୍ରିନାଥ ଧାମ ଓ ହେମକୁଣ୍ଡ ସାହିବ ଦର୍ଶନ କରିପାରିବେ ।
