Odia News Portal

ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ଚତୁର୍ଥାମୁର୍ତ୍ତୀ

ଜନ୍ମବେଦୀରେ ଲୀଳାଖେଳା ସାରି ରଥରେ ବାହୁଡୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା, ଜୟଜଗନ୍ନାଥ ଧ୍ୱନିରେ କମ୍ପୁଛି ରଥପଥ । ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । ଦିନ ୧୨ଟା ପରିବର୍ତ୍ତେ ସକାଳ ୮ଟାରୁ ଆରମ୍ଭ ହୋଇଥିଲା ଶ୍ରୀଜିଉଙ୍କ ପହଣ୍ଡି ବିଜେ। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରୁ ଧାଡ଼ି ପହଣ୍ଡିରେ ମହାପ୍ରଭୁଙ୍କ ଆଣି ରଥାରୁଢ କରାଯାଇଥିଲା । ୩ ଠାକୁରଙ୍କ ପହଣ୍ଡି ଶେଷ ହେବା ପରେ ଛେରା ପହଁରା ନୀତି ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ସୁଭଦ୍ରାଙ୍କ ଦେବଦଳନ ରଥ ଟଣା ଆରମ୍ଭ ହୋଇଥିଲା । ପରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣିଥିଲେ ସେବାୟତ । କରୋନା କଟକଣା ଭିତରେ ରଥଟଣା ଆରମ୍ଭ ହୋଇଥିଲା। ରଥରେ ଫେରିବା ବାଟରେ ମାଉସୀମା ମନ୍ଦିର ନିକଟରେ ଘଡ଼ିଏ ଅଟକିଥିଲେ ଶ୍ରୀଜିଉ ।

ମହାପ୍ରଭୁଙ୍କୁ ପୋଡ଼ ପିଠା ଲାଗି କରାଯାଇଥିଲା । ତିନି ରଥକୁ ଭାବଭକ୍ତିର ସହ ଭିଡ଼ି ନେଇଥିଲେ ଶ୍ରଦ୍ଧାଳୁ । ବାହୁଡ଼ା ଯାତ୍ରା ପାଇଁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯାଇଛି । ଆସନ୍ତାକାଲି ରଥ ଉପରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ ।