Odia News Portal

ନଦୀରେ ବୁଡ଼ି ନାବାଳକ ନିଖୋଜ

ବାଲେଶ୍ୱର: ନଦୀରେ ବୁଡି ନାବାଳକ ନିଖୋଜ । ବାଲିଆପାଳ ଥାନା ସୁବର୍ଣ୍ଣରେଖା ନଦୀରେ ବୁଡି ୧୨ ବର୍ଷର ନାବାଳକ ନିଖୋଜ । କରୋନା କଟକଣା ସତ୍ତ୍ୱେ ନାବାଳକ ଜଣକ ପାଣି ଭାର ନେଇ ନଦୀରେ ବୁଡ ପକାଇବାକୁ ଯାଇଥିଲେ । ଅଗ୍ନିଶମବାହିନୀ ପହଂଚି ଖୋଜାଖୋଜି କରୁଛନ୍ତି । ସୂଚନାମୁତାବକ, ଆଜି ଶ୍ରାବଣ ପ୍ରଥମ ସୋମବାର ଥିବାରୁ ଧର୍ମଦ୍ୱାର ଗାଁର ଦୁଇ ଭାଇ ସୁବର୍ଣ୍ଣରେଖା ନଦୀର ଶିଆଡି ଘାଟରେ ବୁଡ ପକାଇବାକୁ ଯାଇଥିଲେ । ନଦୀର ଗଭୀର ସ୍ରୋତରେ ବଡଭାଇ ଶୁଭମ ଭାସିଯାଇଛନ୍ତି। ଅଗ୍ନିଶମବାହିନୀ ଘଟଣାରସ୍ଥଳରେ ପହଞ୍ଚି ନଦୀରେ ଖୋଜା ଖୋଜି ଆରମ୍ଭ କରୁଛନ୍ତିି ।