Odia News Portal

କୋଭିଡ୍ କେୟାରରେ ପ୍ରେମ, ବନ୍ଧାହେଲା ପ୍ରେମିକ

ବ୍ରହ୍ମପୁର: କୋଭିଡ ରୋଗୀଙ୍କ ସେବାରେ ନିୟୋଜିତ ଥିବା ଆଟେଣ୍ଡାଷ୍ଟଙ୍କ ମଧ୍ୟରେ ଗଢ଼ି ଉଠିଥିଲା । ପ୍ରେମିକ ଜଣକ ନାବାଳକ ହୋଇଥିବା ବେଳେ ପ୍ରେମିକାଙ୍କ ବୟସ ୧୯ । ଉଭୟ ଏଠାଠି ରହୁଥିବା ବେଳେ ରଖୁ୍‌ଥିଲେ ଅନୈତିକ ସମ୍ପର୍କ । କେବଳ ଶାରିରୀକ ସୁଖ ଲାଗି ଏକାଠି ରହୁଥିବା କଥା ଜାଣିବା ପରେ ଥାନାରେ ଏତଲା ଦେଇଥିଲେ ଯୁବତୀ । ପୋଲିସ ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ପଚରା ଉଚରା କରୁଛି ।

ବ୍ରହ୍ମପୁର ସହରର ଏକ କୋଭିଡ୍ ସେଣ୍ଟରରେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଭଡ଼ାଘର ନେଇ ଲିଭଇନ ରିଲେସନସିପରେ ରହିଥିଲେ । କେବଳ ଶାରିରୀକ ସମ୍ପର୍କ ରଖିବା ଲାଗି ଯୋଜନା କରୁଥିବା ପ୍ରେମିକ । ପ୍ରେମିକା ଜାଣିବା ପରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ଲାଗି ଆସିଥିବା ବେଳେ କାଗଜ ପତ୍ର ଯାଞ୍ଚ କରିବା ବେଳେ ଜଣା ପଡିଛି କି ସେ ନାବାଳକ । ତେବେ ସବୁଠାରୁ ବଡ଼ କଥା ହେଉଛି କି, ନାବାଳକକୁ କିଏ ଚାକିରୀ ଦେଲା ।