Odia News Portal

ପୋଲ ତଳୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ

ଭଦ୍ରକ : ପୋଲ ତଳେ ପଡିଛି ମୃତଦେହ । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ନାଥସାହି ଅଞ୍ଚଳରେ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ନାଥସାହି ପେଟ୍ରୋଲ ପମ୍ପ୍ ନିକଟ ପୋଲ ତଳେ ମୃତଦେହଟି ପଡିଛି । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତଦେହଟି ପୋଲ ତଳେ ଥିବା ପାଇପଲାଇନ ନିକଟରେ ପଡିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।