Odia News Portal

ଓଡ଼ିଶା ଅଲମ୍ପିକ ସଂଘର ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପରେ ଏବେ ଓଡିଶା ଅଲିମ୍ପିକ ସଂଘ-ଓଓଏ ମଧ୍ୟ ଟୋକିଓ ଅଲିମ୍ପିକରେ ପଦକ ଜିତିଲେ ରାଜ୍ୟର କ୍ରୀଡାବିତଙ୍କୁ ପୁରସ୍କାର ଆର୍ଥିକ ପୁରସ୍କାର ମିଳିବ ବୋଲି ଘୋଷଣା କରିଛି । ସ୍ୱର୍ଣ୍ଣ ପଦକ ଜିତିଲେ ୫ ଲକ୍ଷ, ରୌପ୍ୟ ଜିତିଲେ ୩ ଲକ୍ଷ ଓ କାଂସ୍ୟ ଜିତିଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ସୂଚନାଯୋଗ୍ୟ ଯେ, ଟୋକିଓ ଅଲିମ୍ପିକ୍ସରେ ଓଡିଶାର ୫ କ୍ରୀଡାବିତ ଭାଗ ନେଉଛନ୍ତିା ପୁରୁଷ ହକିରେ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ, ମହିଳା ହକିରେ ନମିତା ଟପ୍ପୋ ଓ ଦୀପଗ୍ରେସ ଏକ୍କା, ଆଥଲେଟିକ୍ସରେ ଧାବିକା ଦୂତି ଚାନ୍ଦ ଭାଗ ନେଉଛନ୍ତି । ଟୋକିଓ ପାରା ଅଲିମ୍ପିକ୍ସରେ ପ୍ରମୋଦ ଭଗତ ଭାଗ ନେବେ ।